Print this page
19
August

ଆରମ୍ଭ ହୋଇଛି ୧୮ ତମ ଏସୀୟ କ୍ରୀଡା ପ୍ରତିଯୋଗିତା

Written by 
Published in World

ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆରମ୍ଭ ହୋଇଛି ୧୮ ତମ ଏସୀୟ କ୍ରୀଡା ପ୍ରତିଯୋଗିତା ।  ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାଠାରେ ପ୍ରତିଯୋଗିତା ଉଦଘାଟନ କରିଛନ୍ତି ଇଣ୍ଡୋନେସିଆର ରାଷ୍ଟ୍ରପତି  । ଆତଷ ବାଜି ପ୍ରଦର୍ଶନ ଓ ନାଚ ଗୀତ ମଧ୍ୟରେ ଶୁଭାରମ୍ଭ ହୋଇଛି ଏସୀୟ କ୍ରୀଡା ମହାକୁମ୍ଭ । ଉଦଘାଟନୀ ସମାରୋହରେ ଭାରତୀୟ ଦଳରେ ମାର୍ଚ୍ଚ ପାଷ୍ଟର ଧ୍ବଜା ବାହକ ଥିଲେ ନୀରଜ ଚୋପ୍ରା । ଆଜି ସକାଳୁ ଜାକର୍ତ୍ତା ଏବଂ ପାଲେମବାଙ୍ଗରେ ଆରମ୍ଭ ହୋଇଛି ପ୍ରତିଯୋଗୀତା । ସେପ୍ଟେମ୍ୱର ୨ଯାଏ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ  ୪୫ ଟି ଦେଶର ୧୧ହଜାର ଖେଳାଳୀ ଭାଗ ନେଇଛନ୍ତି । ଭାରତ ୫୭୨ ଜଣିଆ ଦଳ ପଠାଇଛି । ଏଥିରେ ଓଡିଶାର ୧୨ ଖେଳାଳୀ ଅଛନ୍ତି । ସେମାନଙ୍କ ମଧ୍ୟରେ ୯ ଜଣ ମହିଳା ଏବଂ ୩ ଜଣ ପୁରୁଷ ଖେଳାଳି ରହିଛନ୍ତି । ଧାବିକା ଦୂତି ଚାନ୍ଦ, ଜଉନା ମୁର୍ମୁ, ପୂର୍ଣ୍ଣିମା ହେମ୍ବ୍ରମ, ଋତୁପର୍ଣ୍ଣା ପଣ୍ଡାଙ୍କ ଉପରେ ରହିଛି ସମସ୍ତଙ୍କ ନଜର

Read 1212 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490