Print this page
13
June

ସୀମାରେ ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଙ୍ଘନ

Written by 
Published in World

ସୀମାରେ ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଙ୍ଘନ । ଜାମ୍ମୁ-କାଶ୍ମୀରର ସାମ୍ବା ସେକ୍ଟରର ଚମଲିୟାଲ ପୋଷ୍ଟ ନିକଟରେ ଆଜି ଭୋରରୁ ଜୋରଦାର ଗୁଳି ବର୍ଷା କରିଛି ପାକିସ୍ତାନ । ଏଥିରେ ବିଏସ୍ଏଫର ୪ଜଣ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସହିଦ ଯବାନଙ୍କ ମଧ୍ୟରେ ବିଏସଏଫର ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ଓ ଆସିଷ୍ଟାଣ୍ଟ ଏସ.ଆଇ ଥବା ସୂଚନା ମିଳିଛି । ଗତ ମେ ମାସ ୨୯ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା ହୋଇଥିଲା । ଯେଉଁଥିରେ ୨୦୦୩ର ହୋଇଥିବା ବୁଝାମଣା ପୁଣି ଥରେ ଲାଗୁ କରାଯିବାକୁ ସହମତି ଥିଲା । କିନ୍ତୁ ଆଲୋଚନାକୁ ଗୁରୁତ୍ବ ନଦେଇ ବାରମ୍ୱାର ଅସ୍ତ୍ରବିରତି ଉଲଂଘନ କରୁଛି ପାକିସ୍ତାନ  ।

Read 1172 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490