Print this page
12
June

ସିଙ୍ଗାପୁରରେ ଆରମ୍ଭ ହୋଇଛି ଟ୍ରମ୍ପ-କିମ୍ ସାକ୍ଷାତ୍

Written by 
Published in World

ଆଜିର ସବୁଠାରି ବଡ ଖବର ଉପରେ ଏବେ ନଜର ପକାଇବା.ଆଜି ସିଙ୍ଗାପୁରରେ ଆରମ୍ଭ ହୋଇଛି ଟ୍ରମ୍ପ-କିମ୍ ସାକ୍ଷାତ୍ । ପ୍ରଥମ ଥର ପାଇଁ ଦୁଇ ଦେଶ ମୁଖ୍ୟଙ୍କ ମଧ୍ୟରେ ହୋଇଛି ଆଲୋଚନା । ଭାରତୀୟ ସମୟ ସକାଳ ପ୍ରାୟ ସାଢେ ୬ଟାରୁ ଆରମ୍ଭ ହୋଇଥିଲା ଏହି ସାକ୍ଷାତ୍ ଆଲୋଚନା । କୋପେଲା ହୋଟେଲରେ ପ୍ରାୟ ୫୦ ମିନିଟ୍ ଧରି ହୋଇଥିଲା  ବୈଠକ । ଦୁନିଆରେ ଶାନ୍ତି ପାଇଁ ଆଲୋଚନା ହୋଇଛି  ।  । ଏହି କଥାବାର୍ତ୍ତା ଫଳପ୍ରଦ ହେଇଛି ବୋଲି କହିଛନ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସମସ୍ତ ପ୍ରକାର ମତଭେଦ ଭୁଲି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା କହିଛନ୍ତି ଉତ୍ତରକୋରିଆର ନେତା କିମ୍-ଜଙ୍ଗ ଉନ୍  । ୨୦୧୭ ମସିହାରେ ୬ ଥର ପରମାଣୁ ମିସାଇଲ ପରୀକ୍ଷଣ କରିଥିଲା ଉତ୍ତରକୋରିଆ । ଉତ୍ତରକୋରିଆ ପାଖରେ ହାଇଡ୍ରୋଜେନ୍ ପରମାଣୁ ବୋମା ମଧ୍ୟ ରହିଛି । ଏହି ମୁଲାକାତ ପରେ ପରମାଣୁ ହତିଆର ନଷ୍ଟ କରିବା ପାଇଁ ଦୁଇ ନେତାଙ୍କ ମଧ୍ୟରେ ସହମତି ହୋଇଛି । ଉତ୍ତରକୋରିଆର ଆଣବିକ ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ରୋକ ଲଗାଇବା, ଏହି ଆଲୋଚନାର ମୁଖ୍ୟ ଉଦ୍ଦେଶ୍ୟ । ଯାହା ଉପରେ ରହିଥିଲା ବିଶ୍ୱବାସୀଙ୍କ ନଜର । ଏହି ଆଲୋଚନା ସଫଳ ହୋଇଛି  ।  ଦୁଇ ଦେଶ ମଧ୍ୟରେ ସୁସଂପର୍କ ଆରମ୍ଭ ହେଲା ବୋଲି ବୈଠକ ଶେଷରେ କହିଛନ୍ତି ଟ୍ରମ୍ପ  ।  

Read 952 times Last modified on Tuesday, 12 June 2018 16:55
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490