Print this page
14
June

ଋଷିଆରେ ଜମିବ ଫୁଟବଲ୍ ମହାକୁମ୍ଭ

Written by 
Published in Sports

ଆଜିଠୁ ଋଷିଆରେ ଜମିବ ଫୁଟବଲ୍ ମହାକୁମ୍ଭ. ଫିଫା ମହାସମର୨୧ ତମ ସଂସ୍କରଣ ଋଷିଆରେ ରାଜଧାନୀ ମସ୍କୋରେ ଆରମ୍ଭ ହେବ. ଏକ ମାସ ଧରି ଚାଲିବାକୁ ଥିବା ଏହି କ୍ରୀଡା ମହାକୁମ୍ଭରେ ୩୨ଟି ସିଲ୍କେଟିଭ୍ ଟିମ୍ ଟ୍ରାକରେ ମୁକୁଟ ପିନ୍ଧିବା ଲାଗି କରିବେ ଲଢେଇ. ଏଥର ମୋଟ ୬୪ ଟି ମ୍ୟାଚ୍ ଋଷିଆର ୧୧ଟି ସହରର ୧୨ଟି ଷ୍ଟାଡିୟମରେ ଖେଳାଯିବ. ଆଜି ରାତି ୮ଟା୩୦ରେ ଉଦଘାଟନି ମ୍ୟାଚରେ ମୁହାଁମୁହିଁ ହେବେ ଆୟୋଜକ ଋଷିଆ ଓ ସାଉଦି. ମ୍ୟାଚ୍ ପୂର୍ବରୁ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ. ଏଥିରେ ଫୁଟବଲ ଜଗତର ବହୁ ନାମିଦାମୀ କିମ୍ୱଦନ୍ତୀ କ୍ରୀଡାବିତଙ୍କ ସହ ଚଳଚିତ୍ର ଜଗତର ସେଲିବ୍ରେଟି ମଧ୍ୟ ଯୋଗଦେବେ. ଜୁଲାଇ ୧୫ରେ ମସ୍କୋର ଲୁଝନିକ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ. ଏଥର ବିଶ୍ୱକପରେ ୨୭୦୦ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯିବ. ତେବେ ଟାଇଟଲ ହାସଲ ପାଇଁ ପ୍ରମୁଖ ଦାବିଦାର ରହିବେ ଜର୍ମାନୀ, ବ୍ରାଜିଲ୍, ବେଲଜିୟମ, ପର୍ତ୍ତୁଗାଲ୍, ଓ ଆର୍ଜେଣ୍ଟିନା. ବ୍ରାଜିଲରେ ଆୟୋଜିତ ଗତ ସଂସ୍କରଣରେ ଆର୍ଜେଣ୍ଟିନାକୁ ହରାଇ ଜର୍ମାନୀ ଜର୍ମାନୀ ବିଶ୍ୱବିଜୟୀ ହୋଇଥିଲା.

 

 

Read 542 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490