Print this page
12
October

ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କରିଛି ଦୁଇ ୨ଟି ଫିଲ୍ମ

Written by 
Published in Showbiz

ଫ୍ରାଇଡେ ରିଲିଜରେ ମୁକ୍ତିଲାଭ କରିଛି ଦୁଇ ୨ଟି ଫିଲ୍ମ. ହେଲିକପ୍ଟର ଇଲାକୁ ଟକ୍କର ଦେଉଛି ଜଲେବୀ. ଫିଲ୍ମ ହେଲିକପ୍ଟର ଜରିଆରେ ଦୀର୍ଘ କିଛି ଦିନର ବ୍ୟବଧାନ ପରେ ପରଦାକୁ ବ୍ୟାକ୍ କରିଛନ୍ତି ଚୁଲବୁଲି ଆକ୍ଟ୍ରେସ୍ କାଜୋଲ. ଫିଲ୍ମରେ କାଜୋଲ ଜଣେ ସିଙ୍ଗଲ ମଦର ଭୂମିକାରେ ନଜର ଆସିଛନ୍ତି. ନିଜର ପୁଅ ପାଇଁ ଜୀବନରେ ତାଙ୍କୁ କେଉଁଭଳି କଠିନ ସଂଘର୍ଷ କରିବାକୁ ପଡୁଛି ତାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ. ଏହାର ନିର୍ଦ୍ଦେଶନା ପ୍ରଦୀପ ସରକାର ଦେଇଥିବାବେଳେ ପ୍ରଯୋଜନା ଦେଇଛନ୍ତି ଅଜୟ ଦେବଗନ......ସେହିଭଳି ସଂପୂର୍ଣ୍ଣ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ଜଲେବୀର ନିର୍ଦ୍ଦେଶନା ଦେଇଛନ୍ତି ପୁଶଦୀପ ଭରଦ୍ୱାଜ୍. ଗୋଟିଏ ବଙ୍ଗାଳି ଫିଲ୍ମ ପ୍ରାକ୍ତନର ରିମେକ ହେଉଛି ଜଲେବୀ. ଏଥିରେ ଲିଡ ରୋଲରେ ଆସିଛନ୍ତି ରେହା ଚକ୍ରବର୍ତ୍ତୀ ଓ ବରୁଣ ମିତ୍ରା. ବରୁଣ ମିତ୍ରା ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି. ସେହିଭଳି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ଦିଗାଙ୍ଗନା ସୂର୍ଯ୍ୟବଂଶୀ.

Read 481 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490