ଫେଲ ମାରିଲା ୧୦୮ ଆମ୍ବୁଲାନ୍ସ ସେବା | ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବା ଏବଂ ଅକ୍ସିଜେନ୍ ଅଭାବରୁ ମେଡିକାଲରେ ପହଞ୍ଚିବା ପୂର୍ବରୁ ରୋଗୀ ମୃତ୍ୟୁ ଅଭିଯୋଗ | ଏଭଳି ଅଭିଯୋଗ ଆସିଛି ନବରଂଗପୁର ପାପଡାହାଣ୍ଡି ବ୍ଲକର ପାତ୍ରଗୁଢା ଗ୍ରାମରୁ | ଗାଁ ର ଚନ୍ଦ୍ରଶେଖର ମାଝୀ ଗତକାଲି ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ କୁ ଯୋଗା ଯୋଗ କରିଥିଲେ । ହେଲେ ବିଳମ୍ବରେ ପହଞ୍ଚିଥିବା ଆମ୍ବୁଲାନ୍ସରେ ଅକ୍ସିଜେନ ମଧ୍ୟ ନଥିଲା | ଫଳରେ ଗୁରୁତର ଚନ୍ଦ୍ରଶେଖରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା | ମେଡିକାଲଠୁ ୫ କିମି ଦୂର ତରାଗାଁ ଛକ ପାଖରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି | ସେ ଜଟାଵାଲ୍ ଠାରେ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ ।