ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆଜି ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କର ପ୍ରତିକ୍ରୀୟାକୁ ତୀବ୍ର ବିରୋଧ କରାଯାଇଛି । ପଶ୍ଚିମ ଓଡିଶାର ଯେ କୌଣସି ଯାଗାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀକୁ ନେଇ ନରସିଂହ ମିଶ୍ର ଗଣମାଧ୍ୟମ ଆଗରେ ରଖିଥିବା ବିବୃତିକୁ ନେଇ ଓକିଲମାନଙ୍କ ଭିତରେ ବେଶ ପ୍ରତିକ୍ରୀୟା ସୃଷ୍ଟି ହୋଇଛି । ବଲାଙ୍ଗିରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ବଲାଙ୍ଗିର ଜିଲ୍ଲା ଓକିଲ ସଂଘ ଓ ବଲାଙ୍ଗିର ଜିଲ୍ଲାର ଜନସାଧାରଣଙ୍କ ଦାବୀକୁ ନେଇ ବଲାଙ୍ଗିର ଏକ ଘରକିଆ ହୋଇଯାଇଛି । ଆଉ ସୋନପୁର ଏହାକୁ ତୀବ୍ର ବିରୋଧ କରୁଥିବା ନରସିଂହ ମିଶ୍ର ତାଙ୍କ ପ୍ରତିକ୍ରୀୟା ରେ କହିଥିବା ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଛି । ପଶ୍ଚିମ ଓଡିଶାର ଯେ କୌଣସି ଯାଗାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ହାଇକୋର୍ଟ ବେଞ୍ଚ କେନ୍ଦ୍ରୀୟ କ୍ରୀୟାନୁଷ୍ଠାନ କମୀଟିର ନିଷ୍ପତି ଅନୁଯାଇ ଆନ୍ଦୋଳନ କରିଆସୁଛି । ଏ ସଂପର୍କରେ ବିରେଧୀ ଦଳ ନେତାଙ୍କ ପ୍ରତିକ୍ରୀୟାକୁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । କେବଳ ବଲାଙ୍ଗିରରେ ହାଇକେର୍ଟର ସ୍ଥାୟୀ ବେଞ୍ଚ ନୁହେଁ ପଶ୍ଚିମ ଓଡିଶାର ଯେ କୌଣସି ଯାଗାରେ ସ୍ଥାୟୀ ବେଞ୍ଚ ସପକ୍ଷରେ ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ରହିଥିବା ଜିଲ୍ଲା ସଭାପତି କହିଛନ୍ତି । ନରସିଂହ ମିଶ୍ରଙ୍କ ବିବୃତ୍ତିକୁ ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ, ବିଭିନ୍ନ ସାମାଜିକ ଓ ସାସ୍କୃତିକ ସଂଗଠନ ତଥା ଜିଲ୍ଲାବାସୀ ତୀବ୍ର ବିରୋଧ କରୁଛନ୍ତି ବୋଲି ଜିଲ୍ଲା ଓକିଲ ସଂଘ ସଭାପତି ସର୍ବେଶ୍ୱର ପୁରୋହିତ କହିଛନ୍ତି ।