ଗଜପତି ଜିଲ୍ଲା ମୋହନାରେ ତିତଲିର ତ।ଣ୍ଡବ । ଜିଲ୍ଲାର ପ।ରଳାଖେମୁଣ୍ଡି, ମୋହନା, ର।ଉଦୟଗିରି, ର।ୟଗଡ଼, ନୂଆଗଡ଼, ଗୁମ୍ମ।, ଗୋଷ।ଣୀ, କାଶୀନଗର ବ୍ଲକରେ ତିତଲି ର ତ।ଣ୍ଡବ ଦେଖିବାକୁ ମିଳୁଛି ।୧୦୫ରୁ ୧୩୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବା ସହ ପ୍ରବଳ ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିବାରୁ ଯୋଗାଯୋଗ ବିଛିନ୍ନ ହୋଇଛି ।ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଯ।ତାୟତ ଠପ୍ ହୋଇଛି । ଏହାକୁ ନେଇ ଜିଲ୍ଲାବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ତିତଲିର ପ୍ରଭାବ ଆହୁରୀ ୨୪ ଘଣ୍ଟା ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।ପ୍ରଶାସନ ତରଫରୁ ସମସ୍ତ ଅଧିକାରୀ ସଜାଗ ରହିଛନ୍ତି ।