ଗାଁକୁ ଛୁଇନି ବିକାଶର ସ୍ପର୍ଶ । ସରକାରୀ ଯୋଜନା ଏଠାରେ ଅପହଞ୍ଚ । ଆମେ କହୁଛୁ ଯାଜପୁର ଜିଲ୍ଲା ଦର୍ପଣ ତହସିଲର ବଡଝରି ଗାଁର କଥା । ଆଦିବାସୀ ବହୁଳ ଏ ଗାଁ ଏବେବି ପ୍ରଶାସନର ଆଢୁଆଳରେ ରହିଛି । ଗାଁରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ପରି ମୌଳିକ ବ୍ୟବସ୍ଥା ଗୁଡିକର କିଛି ବି ସୁବିଧା ନାହିଁ । ଜମି ପଟ୍ଟା ନଥିବାରୁ ଗାଁର ଅଧିକାଂଶ ପରିବାରକୁ ମିଳୁନି ସରକାରି ସୁବିଧା ।