ମୟୂରଭଞ୍ଜ ରାଇରଙ୍ଗପୁର ଖଡଖାଇ ନଦୀରେ ବୁଡି ଭାଇଭଉଣୀ ମୃତ । ଆଜି ସକାଳୁ ଭାଇଭଉଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ନଦୀରେ ଭାଇ ନେନୁ ଗୁଜରାତି ବୁଡି ଯିବାର ଦେଖି ବଡ ଭଉଣୀ ହିନା ଗୁଜୁରାତି ଉଦ୍ଧାର କରିବାକୁ ଯାଇଥିଲା । ହେଲେ ଦୁଇ ଜଣଯାକ ବୁଡିଯାଉଥିବା ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ପହଞ୍ଚି ଉଉଣୀ ହିନାକୁ ଉଦ୍ଧାର କରିଥିଲେ । ୩୦ ମିନିଟ ପରେ ଭାଇକୁ ଉଦ୍ଧାର କରିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଭଉଣୀ ହୀନାକୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଭାଇର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।