Print this page
14
June

ଆଜି ପହିଲି ରଜ

Written by 
Published in Odisha

 ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ । ଆଜି ପହିଲି ରଜ । ଉଠୁଛି ପଡୁଛି ସାରା ରାଜ୍ୟ । ସବୁଠି ଉତ୍ସବର ମାହୋଲ । ରଜପାନ, ପୋଡପିଠା ଖାଇ ଦୋଳିରେ ଝୁଲୁଛନ୍ତି କୁମାରୀ । ରଜପାଇଁ ରାଜ୍ୟର ଗାଁଠାରୁ ସହର ସବୁଠି ଉତ୍ସାହ । କେଉଁଠି ଚାଲିଛି ଦୋଳିଖେଳ ତ କେଉଁଠି ଚାଲିଛି ପିଠାପଣାର ଆସର । ଘରେ ଘରେ ଲାଗିଛି ବିଭିନ୍ନ ରକମର ପିଠା ମିଠାର ଆସର । ରଜ ୩ ଦିନ ଝିଅ ବୋହୁଙ୍କୁ କାମ କରିବାକୁ ମନାଥାଏ । କାରଣ ଏହି ଦିନମାନଙ୍କରେ ମାଆ ବସୁଧା ରଜସ୍ବାଳା ହୋଇଥାନ୍ତି । ସେଥିପାଇଁ ତାଙ୍କୁ କଷ୍ଟ ହେବ ବୋଲି ଝିଅ ବୋହୁମାନେ କାମ କରିନଥାନ୍ତି । ଏହାସହ ପୁରୁଷମାନେ ମଧ୍ୟ ଏହି ସୁଯୋଗକୁ ହାତ ଛଡା କରିନଥାନ୍ତି । ଘରେ ଘରେ ଲାଗିଥାଏ ତାସ ସହ ବିଭିନ୍ନ ପ୍ରକାରର ଖେଳ । ଏହି ୩ଦିନ ପ୍ରାୟତଃ ଛୁଟି ରହୁଥିବାରୁ ସମସ୍ତେ ଏକାଠି ହୋଇ ମହୋତ୍ସବକୁ ଧୁମଧାମରେ ପାଳିଥାନ୍ତି ।

Read 281 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490