Print this page
13
June

କଂଗ୍ରେସ ଭବନରେ ବସିବ ନବନିର୍ବାଚିତ ଜିଲ୍ଲା ସଭାପତୀ ଏବଂ କାର୍ଯ୍ୟକାରୀ ସଭାପତିଙ୍କ ବୈଠକ

Written by 
Published in Odisha

 ଆଜି କଂଗ୍ରେସ ଭବନରେ ବସିବ ନବନିର୍ବାଚିତ ଜିଲ୍ଲା ସଭାପତୀ ଏବଂ କାର୍ଯ୍ୟକାରୀ ସଭାପତିଙ୍କ ବୈଠକ । ଗତ ୯ ତାରିଖରେ ୩୩ ଟି ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ପରେ ଏହା ହେଉଛି ପ୍ରଥମ ବୈଠକ । ବୈଠକରେ ଜିଲ୍ଲା କମିଟି ଅନ୍ୟ କର୍ମକର୍ତ୍ତାଙ୍କ ଚୟନ ସମ୍ଫର୍କରେ ବିସ୍ତୃତ ଆଲୋଚନା ହେବ । ଏଥିସହ ୨୦୧୯ ନିର୍ବାଚନ ପାଇଁ ରୋଡ ମ୍ୟାପ ପ୍ରସ୍ତୁତି ସହ କିଭଳି ଜିଲ୍ଲା ସଂଗଠନକୁ ତୃଣମୁଳସ୍ତରରୁ ସୁଦୃଢ କରାଯିବ ଏନେଇ ପସିସି ସଭାପତି ଜିଲ୍ଲା ସଭାପତିଙ୍କୁ ଗୁରୁମନ୍ତ୍ର ଦେବେ । ଆଗାମି ଦିନରେ ରାହୁଲ ଗାନ୍ଧିଙ୍କ ଓଡିଶା ଗସ୍ତ ଉପରେ ମଧ୍ୟ ବୈଠକରେ ଆଲେଚନା ହେବାର ସମ୍ଭାବନା ରହିଛି । ତେବେ ଜିଲ୍ଲା ସଂଗଠନର ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ନାଁ ଘୋଷଣା ହେବା ପରେ ଯେଉଁ ଅଞ୍ଚଳରେ ବାଦବିବାଦ ଦେଖା ଦେଇଛି ବୈଠକରେ ସେଇ ଦ୍ୱନ୍ଦ ଦୁର ହେବା ପାଇଁ ମଧ୍ୟ ଉଦ୍ୟମ ହେବ ବୋଲି ସୂଚନା ମିଳିଛି ।

Read 251 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490