Print this page
27
September

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ

Written by 
Published in Nation

 ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ।ବାଲେଶ୍ଵର ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳୀଗୁଡିକ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରିଥାଏ ।ସେଗୁଡିକ ମଧ୍ୟରେ ପଞ୍ଚଲିଙ୍ଗେଶ୍ଵର, କ୍ଷୀର ଚୋରା ଗୋପୀନାଥ ମନ୍ଦିର, ଚନ୍ଦନେଶ୍ଵର, କୁଲଡ଼ିହା ଅଭୟାରଣ୍ୟ, ଚାନ୍ଦିପୁର ବେଳାଭୂମି, ବିଚିତ୍ରପୂର ଓ ତାଳସାରି ଭଳି ପର୍ଯ୍ୟଟନ କ୍ଷେତ୍ର ରହିଛି । ତାଳସାରି ଓ ବିଚିତ୍ରପୁରରେ ନାଲି କଙ୍କଡ଼ା, କୁଲଡ଼ିହା ଅଭୟାରଣ୍ୟରେ ଜୀବଜନ୍ତୁ, ଚାନ୍ଦିପୁରରେ ବେଳାଭୂମି ଏବଂ ପଞ୍ଚଲିଙ୍ଗେଶ୍ଵର ମହାଦେବଙ୍କ ଦର୍ଶନ ପର୍ଯ୍ୟଟକଙ୍କ ପାଇଁ ସୃଷ୍ଟି କରିଥାଏ ନିଆରା ଅନୁଭୂତି ।ସେହିପରି ଜିଲ୍ଲାର ବିଚିତ୍ରପୁର ଏବଂ କୁଲଡ଼ିହା ଅଭୟାରଣ୍ୟ ମଧ୍ୟରେ ଥିବା ନେଚର୍ ପାର୍କରେ ରହିଥିବା ରିଷିଆ ଜଳରାଶିରେ ବୋଟିଂ କରି ବେଶ ମଜା ନେଇଥାନ୍ତି ପର୍ଯ୍ୟଟକ ।ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟଟନ ସ୍ଥଳୀମାନଙ୍କ ରକ୍ଷଣବେକ୍ଷଣ ପାଇଁ ବେଶ ପଦକ୍ଷେପ ନିଆଯାଇଛି.

Read 2993 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490