Print this page
12
June

ଦିଲ୍ଲୀ ଏମ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ

Written by 
Published in Nation

ଦିଲ୍ଲୀ ଏମ୍ସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ସେ ତାଙ୍କର ରୁଟିନ ଚେକଅପ୍ ପାଇଁ ଏମ୍ସରେ ଭର୍ତ୍ତି ହୋଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଡାକ୍ତର ରଣଦୀପ ଗୁଲେରିଆ ବାଜପେୟୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ବାଜପେୟୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଏମ୍ସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି  ।  ୯୩ ବର୍ଷୀୟ ବାଜପେୟୀ ୨୦୦୯ ରୁ ହ୍ୱିଲ ଚେୟାରରେ ବସୁଛନ୍ତି, ବାଜପେୟୀଙ୍କ ଘରେ ତାଙ୍କ ରୁଟିନ ଚେକଅପ କରାଯାଉଥିଲା । ତେବେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ବାଜପେୟୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବାକୁ ଦିଲ୍ଲୀ ଏମସରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଅମିତ ଶାହା, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଦେଶ ରାଜନୀତିକୁ ତାଙ୍କର ଅନେକ ସମୟ ଦେଇଛନ୍ତି ବାଜପେୟୀ  । ୫ ଥର ୟୁପିର ଲକ୍ଷ୍ନୋରୁ ସେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ତାଙ୍କୁ  ୨୦୧୫ରେ ଭାରତ ରତ୍ନରେ ସମ୍ମାନୀତ କରାଯାଇଥିଲା ।

Read 2334 times
Rate this item
(0 votes)
MBCTv Bureau

Latest from MBCTv Bureau


Strict Standards: Only variables should be assigned by reference in /home/mbctvcoi/public_html/templates/dailynews/html/com_k2/default/item.php on line 490